Advertisement
trendingPhotos1092079
photoDetails1hindi

ଅଖିଳେଶଙ୍କ ପାଖରେ ଅଛି ଏତେ କୋଟି ଟଙ୍କାର ସମ୍ପତ୍ତି, କିନ୍ତୁ ନାହିଁ କୌଣସି କାର; ଜାଣନ୍ତୁ ମୁଣ୍ଡ ଉପରେ ରହିଛି କେତେ ଟଙ୍କାର ଋଣ ବୋଝ

Akhilesh Yadav Assets, UP Assembly Elections 2022: ଅଖିଳେଶ (Akhilesh Yadav) ଙ୍କ ପାଖରେ ୭୬ ହଜାର ୧୫ ଟଙ୍କାର ମୋବାଇଲ ଫୋନ (Mobile Phone) ଓ ୫.୩୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ୟାୟାମ ମେସିନ ରହିଛି । ସପା ମୁଖ୍ୟଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିବା ବେଳେ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ଏସପି ସିଂ ବଘେଲଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ରାଇଫଲ ଏବଂ ରିଭଲଭର ରହିଛି । ତାଙ୍କ ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ଅଖିଳେଶ ଓ ତାଙ୍କ ପତ୍ନୀ ଡିମ୍ପଲଙ୍କ ମୋଟ ସମ୍ପତ୍ତି ୪୦.୧୪ କୋଟିରୁ ଅଧିକ ରହିଛି । 

 

1/7

ନୂଆଦିଲ୍ଲୀ: Akhilesh Yadav Assets, UP Assembly Elections 2022: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (Samajwadi Party) ର ମୁଖିଆ ଅଖିଳେଶ ଯାଦବ (Former Uttar Pradesh Chief Minister Akhilesh Yadav) ୟୁପି ବିଧାନସଭା ନିର୍ବାଚନ ପାଇଁ ମେନପୁରୀର କରହଲ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ନିର୍ବାଚନ ପ୍ରମାଣପତ୍ରରେ ନିଜ ଓ ନିଜ ପତ୍ନୀଙ୍କ ମୋଟ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଖିଳେଶ ଯାଦବ (Akhilesh Yadav)) ଓ ତାଙ୍କ ପତ୍ନୀଙ୍କ ନାମରେ ଗୋଟିଏ କାର ବି ନାହିଁ । ଆସନ୍ତୁ ଜାଣିବା ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ୍ ଯାଦବ (Dimple Yadav) ଙ୍କର କେତେ ସମ୍ପତ୍ତି ଅଛି...

ନାହିଁ କୌଣସି କାର

2/7
ନାହିଁ କୌଣସି କାର

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଖିଳେଶ ଯାଦବ (Akhilesh Yadav) ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ (Dimple Yadav) ଙ୍କର କୌଣସି କାର ନାହିଁ । ଅଖିଳେଶ ଯାଦବ ଓ ଡିମ୍ପଲ୍ ଯାଦବଙ୍କ ମୋଟ ସମ୍ପତ୍ତି ୪୦.୦୨ କୋଟି ଟଙ୍କା ରହିଛି ।

କୋଟି କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ

3/7
କୋଟି କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ

ଅଖିଳେଶ ଯାଦବ (Akhilesh Yadav) ଙ୍କ ବ୍ୟାଙ୍କ ଆକାଉଣ୍ଟରେ ୮.୪୩ କୋଟି ଟଙ୍କା ଜମା ରହିଛି । ଅଖିଳେଶଙ୍କ ପାଖରେ ୮.୪୩ କୋଟି ଟଙ୍କା ଓ ଡିମ୍ପଲଙ୍କ ପାଖରେ ୪.୭୬ କୋଟି ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ଅଛି । ଅନ୍ୟପକ୍ଷରେ ଅଖିଳେଶ ଯାଦବଙ୍କ ପାଖରେ ୧୭.୨୨ କୋଟି ଟଙ୍କା  ଓ ଡିମ୍ପଲ୍ ଯାଦବଙ୍କ ପାଖରେ ୯.୬୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଉଭୟଙ୍କର ପାଖରେ ୧୭.୯୩ ଏକର ଜମି ଅଛି ।

ଅଖିଳେଶ ଯାଦବଙ୍କ ମୁଣ୍ଡ ଉପରେ ରହିଛି ଋଣ ଭାର

4/7
ଅଖିଳେଶ ଯାଦବଙ୍କ ମୁଣ୍ଡ ଉପରେ ରହିଛି ଋଣ ଭାର

ଅଖିଳେଶ ଯାଦବ ତାଙ୍କ ଆଫିଡେଭିଟରେ କହିଛନ୍ତି ଯେ, ତାଙ୍କର ୨୮.୯୭ ଲକ୍ଷ ଟଙ୍କାର ଋଣ ଥିବାବେଳେ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କର ୧୪.୨୬ ଲକ୍ଷ ଟଙ୍କାର ଋଣ ଅଛି ।

 

ଆୟ ବିଷୟରେ ଦେଇଛନ୍ତି ସୂଚନା

5/7
ଆୟ ବିଷୟରେ ଦେଇଛନ୍ତି ସୂଚନା

ଅଖିଳେଶ ଯାଦବ (Akhilesh Yadav) ତାଙ୍କର ବାର୍ଷିକ ଆୟ ବିଷୟରେ ମଧ୍ୟ କହିଛନ୍ତି । ତାଙ୍କର ବାର୍ଷିକ ଆୟ ହେଉଛି ୮୩.୯୮ ଲକ୍ଷ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କର ୫୮.୯୨ ଲକ୍ଷ ଟଙ୍କା ।

ବ୍ୟବହାର କରନ୍ତି ୭୬ ହଜାର ଟଙ୍କାର ଫୋନ୍

6/7
ବ୍ୟବହାର କରନ୍ତି ୭୬ ହଜାର ଟଙ୍କାର ଫୋନ୍

ଅଖିଳେଶ ଯାଦବ (Akhilesh Yadav) ଙ୍କ ପାଖରେ ୭୬,୦୧୫ ଟଙ୍କାର ଫୋନ୍ ଅଛି । ୫.୩୪ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାୟାମ ମେସିନ୍ ତାଙ୍କ ଘରେ ରହିଛି । ଏଥିସହ ତାଙ୍କ ପତ୍ନୀଙ୍କ ପାଖରେ ୧.୨୫ ଲକ୍ଷ ଟଙ୍କାର କମ୍ପ୍ୟୁଟର, ୨୭୭୪ ଗ୍ରାମ ସୁନା ଏବଂ ୫୬ ଲକ୍ଷ ୭୬ ହଜାର ୬୮୭ ଟଙ୍କାର ହୀରା ରହିଛି ।

ଏହା ବି ପଢ଼ନ୍ତୁ:-ଯଦି ଆପଣଙ୍କର ମଧ୍ୟ ଅଛି ରାସନ କାର୍ଡ ତ ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ମିଳିବନି ମାଗଣା ଖାଦ୍ୟ ଶସ୍ୟ

ଏହା ବି ପଢ଼ନ୍ତୁ:-ବୋଲ୍ଡ ୱେବ୍ ସିରିଜର ରାଣୀ ହେଉଛନ୍ତି 'ସପ୍ନା ଭାବି', ହଟନେସରେ କବିତା ଓ ଲଳିତା ଭାବିଙ୍କୁ ଦିଅନ୍ତ ଟକ୍କର

ଏହା ବି ପଢ଼ନ୍ତୁ:-PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା! ନୂଆ ନିୟମ ଆଣୁଛନ୍ତି ମୋଦି ସରକାର

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ, ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ବାପାଙ୍କୁ ଦେଇଛନ୍ତି ୨ କୋଟି ଟଙ୍କାର ଋଣ

7/7
ବାପାଙ୍କୁ ଦେଇଛନ୍ତି ୨ କୋଟି ଟଙ୍କାର ଋଣ

ଅଖିଳେଶ ତାଙ୍କ ଆଫିଡେଭିଟରେ ମଧ୍ୟ କହିଛନ୍ତି ଯେ ସେ ନିଜ ବାପା ମୁଲାୟମ ସିଂ ଯାଦବ (Mulayam Singh Yadav) ଙ୍କୁ ୨.୧୩ କୋଟି ଟଙ୍କା ଋଣ ଦେଇଛନ୍ତି । ଅନ୍ୟପକ୍ଷରେ ଡିମ୍ପଲ୍ ଯାଦବ ତାଙ୍କ ସ୍ୱାମୀଙ୍କୁ ୮.୧୫ ଲକ୍ଷ ଟଙ୍କା ଋଣ ଦେଇଛନ୍ତି ।

ट्रेन्डिंग फोटोज़